ଟିକା ଉତ୍ପାଦନ ବୃଦ୍ଧି କରିବାକୁ ମୋଦିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। କିନ୍ତୁ ଆବଶ୍ୟକ ପରିମାଣର ଟିକା ମିଳୁନଥିବା ଅଭିଯୋଗ ଉଠିଛି। ତେଣୁ ଟିକାର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ଜରୁରୀ ବୈଠକ କରିଥିଲେ। ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏହି ବୈଠକରେ ଟିକାର ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଇଥିଲା। ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରୀ ଓ ଘରୋଇ କ୍ଷେତ୍ରରେ ଥିବା ସମସ୍ତ ଜାତୀୟ କ୍ଷମତାକୁ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସବୁ କିଛି ବିକଳ୍ପକୁ ବ୍ୟବହାର କରି ଦେଶରେ କରୋନା ଟିକାର ଉତ୍ପାଦନ ବୃଦ୍ଧି କରିବାକୁ ହେବ ବୋଲି ମୋଦି ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ବୈଠକରେ ପ୍ରଧାନମନ୍ତ୍ରୀ କରୋନା ଟିକାର ଉତ୍ପାଦନ ଓ ବିତରଣ ବ୍ୟବସ୍ଥା ବ୍ୟତୀତ ବିଭିନ୍ନ ରାଜ୍ୟର ସ୍ଥିତି ସମୀକ୍ଷା କରିଥିଲେ। ଏଥିସହ ରାଜ୍ୟକୁ ଅମ୍ଳଜାନ ଠିକ୍‌ ଭାବେ ପଠାଯାଉଛି କି ନାହିଁ ତାହାର କରିଥିଲେ ତର୍ଜମା।

ଅନ୍ୟପକ୍ଷରେ ଦେଶରେ ରେମଡେସିଭିରର ଚାହିଦା ଦିନକୁ ଦିନ ବଢ଼ୁଛି। ୨୦୨୧ ଏପ୍ରିଲ ୧୧ରେ ୬୭,୯୦୦ ଭିଆଲ୍ସ ବିଭିନ୍ନ ରାଜ୍ୟକୁ ପଠାଯାଇଥିବା ବେଳେ ୧୫ ତାରିଖ ବେଳକୁ ଏହା ୨,୦୬,୦୦୦ ଭିଆଲ୍ସରେ ପହଞ୍ଚିଛି। ଏହି ଇଞ୍ଜେକସନକୁ ଦେଶରେ ୭ଟି କମ୍ପାନୀ ତିଆରି କରୁଛନ୍ତି। କାଡିଲା ହେଲଥ କେୟାର ଏହି ଇଞ୍ଜେକସନକୁ ୨୮୦୦ ଟଙ୍କାରେ ବିକ୍ରି କରୁଥିଲା। ଏବେ ସରକାର ଦର କମାଇବା ପରେ ନୂଆ ଦାମ ୮୯୯ ଟଙ୍କା ହୋଇଛି। ସେହିପରି ସିନଜିନ ଇଣ୍ଟେରନେଶନାଲ ଦ୍ୱାରା ତିଆରି ହେଉଥିବା ଏହି ଇଞ୍ଜେକସନର ଦାମ ୩୯୫୦ଟଙ୍କା ଥିବା ବେଳେ ଏବେ ନୂଆ ଦାମ ୨୪୫୦ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *

Back to top button