ତିର୍ତ୍ତୋଲ ୮ ଓ ବାଲେଶ୍ୱର ସଦରରୁ ନାମାଙ୍କନ ଭରିଲେ ୯ ପ୍ରାର୍ଥୀ

ଭୁବନେଶ୍ୱର : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଶେଷ ଦିନରେ ମୋଟ୍‌ ୮ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର ସଦରରୁ ନାମାଙ୍କନ ଭରିଛନ୍ତି ୯ଜଣ ପ୍ରାର୍ଥୀ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଥର ୮୦ ବର୍ଷରୁ ଅଧିକ ବୟସ୍କ ଭୋଟର, ଭିନ୍ନକ୍ଷମ ଓ ସଂଗରୋଧରେ ଥିବା ଲୋକଙ୍କ ପାଇଁ ପୋଷ୍ଟାଲ ବାଲାଟ ଜରିଆରେ ଭୋଟଗ୍ରହଣ ହେବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ନିର୍ବଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି। ସେ କହିଛନ୍ତି ଉଭୟ ନିର୍ବାଚନ ମଣ୍ଡଳୀରେ ୨୩ ପ୍ରତିଶତ କେବଳ ପୋଷ୍ଟାଲ ଭୋଟ ପାଇଁ ସହମତି ଦେଇଛନ୍ତି। ୫୬ ପ୍ରତିଶତ ମନା କରିଛନ୍ତି। ବାଲେଶ୍ୱର ଓ ତିର୍ତ୍ତୋଲରେ ମୋଟ ୫୪୦୮ ଜଣ ପୋଷ୍ଟାଲ ବାଲାଟରେ ଭୋଟ ଦେବେ। ସ୍ୱତନ୍ତ୍ର ପୋଲିଂ ପାର୍ଟି ଅକ୍ଟୋବର ୨୦ରୁ ନଭେମ୍ବର ୨ ତାରିଖ ମଧ୍ୟରେ ସେମାନଙ୍କ ଘରକୁ ଯାଇ ପୋଷ୍ଟାଲ ବାଲାଟ ଗ୍ରହଣ କରିବେ। ଏହାର ଭିଡିଓଗ୍ରାଫି କରାଯିବ। ୧୯ରେ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର। ଏହାପରେ ଅନ୍ୟ ପ୍ରକ୍ରିୟା ଆଗକୁ ବଢ଼ିବ ଶ୍ରୀ ଲୋହନୀ ପ୍ରକାଶ କରିଛନ୍ତି।

ମତାମତ ଦିଅନ୍ତୁ ।