ଟ୍ରକ୍‌ ଧକ୍କାରେ ଭାଇ-ଭଉଣୀ ମୃତ, ବାପା-ମା’ ଗୁରୁତର

ବ୍ରହ୍ମପୁର : ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡାପଲ୍ଲୀ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଭାଇ-ଭଉଣୀଙ୍କର ମୃତ୍ୟୁ ଘଟିଛି। ବାପା-ମାଆ ଗୁରୁତର ଆହତ ‌ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ରମ୍ଭା ଟିକରପଡା ସାହିର ଅନ୍ତର୍ଯାମୀ ବେହେରା ଆଜି ସକାଳେ ପତ୍ନୀ, ପୁଅ ପାର୍ଥ ବେହେରା ଓ ୪ ବର୍ଷର ଝିଅ ଅଞ୍ଜନି ବେହେରାଙ୍କୁ ନେଇ ବାଇକରେ ବ୍ରହ୍ମପୁର ଯାଉଥିଲେ। ଗଣ୍ଡାପଲ୍ଲୀ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ସମ୍ମୁଖ ପଟୁ ବାଇକ୍‌କୁ ଧକ୍କା ଦେବାରୁ ସମସ୍ତେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ପାର୍ଥ ଓ ଅଞ୍ଜନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ତର୍ଯାମୀ ଓ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button