ତୁଷାରପାତ ଯୋଗୁ ଲେହ-ମନାଲି ରାଜପଥ ବନ୍ଦ : ୮ଟି ଜିଲ୍ଲାକୁ ଆଲର୍ଟ

ଶିମଲା : ହିମାଚଳ ପ୍ରଦେଶରେ ଜାରି ରହିଛି ତୁଷାରପାତ। ୮ଟି ଜିଲ୍ଲାରେ ବର୍ଷା ଓ ଭାରି ତୁଷାରପାତ ସମ୍ଭାବନା ଥିବାରୁ ସତର୍କ ସୂଚନା ଦିଆଯାଇଛି। ମଙ୍ଗଳବାର ରାତିରେ ଶିମଲା, ମନାଲି ସମେତ ଉଚ୍ଚତମ ଅଞ୍ଚଳରେ ତୁଷାରପାତ ହୋଇଥିବା ବେଳେ ଲେହ-ମନାଲି ରାଜପଥ ବନ୍ଦ ହୋଇଯାଇଛି। ଅଟଳ ଟନେଲ ଆଗକୁ ଯାନବାହାନ ଯିବାକୁ ଦିଆଯାଉନି।

କୁଲ୍ଲୁ ଓ ଲୋହୌଲର ଉଚ୍ଚତମ ସ୍ଥାନରେ ମଙ୍ଗଳବାର ଠାରୁ ଲଗାତାର ତୁଷାରପାତ ଜାରି ରହିଛି। ଶିମଲା, ମନାଲି, ଭୁଂତରରେ ହୋଇଛି ବର୍ଷା। ହିମାଚଳ ପ୍ରଦେଶ ମଧ୍ୟ ଓ ଉଚ୍ଚ ପାର୍ବତୀୟ ୮ଟି ଜିଲ୍ଲାରେ ଆଜି ଭୀଷଣ ବର୍ଷା ଓ ତୁଷାରପାତର ସୂଚନା ରହିଥିବା ବେଳେ ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୬ ଡିଗ୍ରୀ ତଳକୁ ଖସିଥିବା ରେକର୍ଡ କରାଯାଇଛି।

  ବିଜେପି-ଟିଏମସି କର୍ମୀ ପଥର ଫିଙ୍ଗା ଭିଡିଓ ଭାଇରାଲ

ପାଣିପାଗ ବିଭାଗ କହିଛି ନଭେମ୍ବର ୨୬ ଯାଏଁ ପାଣିପାଗ ଭଲ ରହିବନାହିଁ। ୨୭ରୁ ତାପମାତ୍ରା ସମ୍ମନ୍ୟ ବଢିବାର ସମ୍ଭାବନା ରହିଛି। ଲୋହୌଲ-ସ୍ପିତି ଓ କୁଲ୍ଲୁର ଉଚ୍ଚତମ ସ୍ଥାନରେ ଗତକାଲି ଠାରୁ ତୁଷାରପାତ ଆଜି ଯାଏଁ ଜାରି ରହିଛି। ତଳିଆ ଅଞ୍ଚଳରେ ହୋଇଛି ଝିପି ଝିପି ବର୍ଷା। ଲୋହୌଲ ଘାଟି ସହ କୁଲ୍ଲୁ ଜିଲ୍ଲାର ପାର୍ବତୀ ଘାଟି, ବିଜଲୀ ମହାଦେବ, ମଲାଣା, ଲାଗଘାଟି, ମନାଲି, ବଂଜାରର ଉପରିଆ ଅଞ୍ଚଳରେ ତୁଷାରପାତ ପରେ ଶୀତର ପ୍ରକୋପ ବଢିଯାଇଛି।

ମତାମତ ଦିଅନ୍ତୁ ।