ଭାଣେଜୀକୁ ଦୁଷ୍କର୍ମ କରି ବନ୍ଧାହେଲା ମାମୁଁ

ଭୁବନେଶ୍ଵର : ୮ବର୍ଷର ଶିଶୁକୁ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ । ଗୁରୁତର ଶିଶୁକୁ ଜଙ୍ଗଲରୁ ଉଦ୍ଧାର କରି ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଶିଶୁକୁ ଅଭିଯୁକ୍ତ ଏକ ଗାତରେ ପକାଇ ପଳାଉଥିବା ବେଳେ ଗାଁ ଲୋକେ କାବୁ କରି ନିର୍ଧୁମ ଛେଚିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

ଖବର ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ନରସିଂହପୁର ଭୁସକା ଗାଁର ଗୋବିନ୍ଦ ସାହୁ ବୋଲି ଜଣାପଡିଛି । ଗୋବିନ୍ଦ ତାଙ୍କ ସମ୍ପର୍କୀୟ ଘରକୁ ଆସିଥିଲେ।  ଗତକାଲି ଗୋବିନ୍ଦ ଚଞ୍ଚକତାର ସହ ଶିଶୁକୁ ଜଙ୍ଗଲକୁ ଡାକି ନେଇଥିଲା। ଏହାପରେ ଶିଶୁକୁ ଦୁଷ୍କର୍ମ କରି ଏକ ଗାତକୁ ଫୋପାଡ଼ି ଦେଇ ପଳାଇଥିଲା। ତେବେ ଶିଶୁର ପରିବାର ବହୁ ଖୋଜା ଖୋଜି ପରେ ଗାଁ ପାଖ ଜଙ୍ଗଲରେ ଏକ ଗାତରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖିଥିଲେ। ପୀଡିତାକୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁକୁ ଦୁଷ୍କର୍ମ କରିଥିବାରୁ ତାର ଅବସ୍ଥା ସଙ୍କଟାପନ୍ନ ଯୋଗୁଁ ତାକୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

Leave a Reply

Your email address will not be published. Required fields are marked *

Back to top button