ଉଷା ପକ୍ଷରୁ ଡେକୋରେଟିଭ୍ ସିଲିଂ ଫ୍ୟାନ୍‌ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଏବେ ସିଲିଂ ଫ୍ୟାନ୍ କେବଳ ପବନ ସୃଷ୍ଟି କରିବାର ଏକ ମାଧ୍ୟମ ପାଲଟି ନାହିଁ। ଏବେ ସିଲିଂ ଫ୍ୟାନ୍ ଘରର ଆଭ୍ୟନ୍ତରୀଣ ଶୋଭା ବର୍ଦ୍ଧନ କରିବାକୁ ସକ୍ଷମ ହେଉଛି। ଆକର୍ଷଣୀୟ ଡିଜାଇନିଂ ଫ୍ୟାନ୍ ଘରର ଦୃଶ୍ୟ ପରିପାଟିକୁ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେଉଛି।

ଘର ସଜ୍ଜା ସାମଗ୍ରୀ ମଧ୍ୟରେ ଫ୍ୟାନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିରେ ରଖି ଭାରତର ଅଗ୍ରଣୀ କଞ୍ଜ୍ୟୁମର୍ ଡ୍ୟୁରାବୁଲ୍ ବ୍ରାଣ୍ଡ୍ ଉଷା ଇଂଟରନ୍ୟାସନାଲ୍ ପକ୍ଷରୁ ସୁନ୍ଦର ଏବଂ ସ୍ମାର୍ଟ ଲୁକିଂ ବ୍ଲୁମ୍ ସିରିଜ୍‌ର ସିଲିଂ ଫ୍ୟାନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାଦ୍ୱାରା କମ୍ପାନୀର ସେଲିଂଫ୍ୟାନ୍ ପୋର୍ଟଫୋଲିଓ ବେଶ୍ ସୁଦୃଢ଼ ହୋଇପାରିବ। ବିଭିନ୍ନ ଫୁଲର ନାମରେ ଏସବୁ ଫ୍ୟାନ୍‌କୁ ନାମିତ କରାଯାଇଛି। ଏସବୁ ଫ୍ୟାନ୍‌ର ପ୍ରଦର୍ଶନ କ୍ଷମତା ଉଚ୍ଚକୋଟିର। ଏଥିରେ ଆଧୁନିକ ଆକର୍ଷଣୀୟ ସୁନ୍ଦର ଡିଜାଇନିଂକୁ ଅନ୍ତର୍ଭୁକ୍ତ କରାଯାଇଛି।

ଉଷାର ବ୍ଲୁମ୍ ଲିଲି ଏବଂ ଡାଲିଆ ଫ୍ୟାନ୍‌ରେ ଧୂଳି ଜମି ନଥାଏ। ଏହି ଫ୍ୟାନ୍ କମ୍ ଭୋଲଟେଜ୍‌ରେ ମଧ୍ୟ କାର୍ଯ୍ୟ କରିଥାଏ। ଏହାର ଅନନ୍ୟ ବ୍ଲେଡ୍ ଡିଜାଇନିଂ ଅଧିକ ପବନ ସୃଷ୍ଟି କରିବାକୁ ସକ୍ଷମ । ଏହା ଦିନସାରା ଥଣ୍ଡା ଏବଂ ସତେଜ ପବନ ସୃଷ୍ଟି କରିଥାଏ। ଲିଲି ଏବଂ ଡାଲିଆ ଫ୍ୟାନ୍‌ରେ ୪ଟିି ବ୍ଲେଡ୍ ଏବଂ ୧୬ ପୋଲ୍ ଶକ୍ତିଶାଳୀ ମୋଟର ରହିଛି। ଏହା ୨୫୦ସିଏମ୍‌ଏମ୍ ପବନ ସୃଷ୍ଟି କରିବା ସହିତ ୨୮୦ ଆର୍‌ପିଏମ୍‌ରେ ଘୂରିଥାଏ । ଏଥିରେ ପିପିଜି ଏସିଆନ୍ ପେଂଟସ୍‌ର ନୋଭେଲ୍‌ ସାଇଲେନ୍ ଟେକ୍ନୋଲୋଜିକୁ ଅନ୍ତର୍ଭୁକ୍ତ କରାଯାଇଛି । ଯାହାକି ଧୂଳି, ଅଏଲ୍‌, ମଏଶ୍ଚର, ସ୍କ୍ରାଚ୍ ଏବଂ ଷ୍ଟେନ୍ ଆଦିକୁ ପ୍ରତିରୋଧ କରିଥାଏ। ବିଭିନ୍ନ ପାଣିପାଗରେ ଏହା ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ହୋଇଥାଏ। ଏହି ଫ୍ୟାନ୍‌ଗୁଡ଼ିକ ସ୍ପାର୍କଲ ହ୍ୱାଇଟ୍ ଏବଂ ସିଲଭର, ସ୍ପାର୍କଲ ବ୍ଲାକ୍ ଏବଂ ମାରୁନ୍ ତଥା ସ୍ପାକର୍ଲ ବ୍ରାଉନ୍ ତଥା ଗୋଲ୍ଡ୍ ଆଦି ଡୁଆଲ୍ କଲର ଡିଜାଇନିଂରେ ଉପଲବ୍ଧ ହେଉଛି। ଏହା ଉପରେ ୨ ବର୍ଷର ୱାରେଂଟି ରହିଛି।

ଉଷା ବ୍ଲୁମ୍ ଲିଲିର ମୂଲ୍ୟ ୫୫୦୫ ଟଙ୍କା ଉଷା ବ୍ଲୁମ୍ ଡାଲିଆର ମୂଲ୍ୟ ୫୨୯୫ ଟଙ୍କା ରହିଛି। ଏହି ଫ୍ୟାନ୍ ଗୁଡ଼ିକ ଭାରତବ୍ୟାପି ରିଟେଲ ଷ୍ଟୋର୍ ରେ ଉପଲବ୍ଧ ହେଉଛି। ଉଷାର ବ୍ଲୁମ୍ ବେଲ୍ ଫ୍ଲାୱାର ଫ୍ୟାନ୍ ଉବେର ଷ୍ଟାଇଲିଶ୍। ଏହା ସ୍ପାର୍କଲ ବ୍ଲାକ୍ ସହିତ ମାରୁନ୍‌,ସ୍ପାର୍କଲ ବ୍ରାଉନ୍ ସହିତ ଗୋଲ୍ଡ୍ ଏବଂ ସ୍ପାର୍କଲ ହ୍ୱାଇଟ୍ ସହିତ ସିଲଭର୍ ଆଦି ୩ଟି ରଙ୍ଗରେ ଉପଲବ୍ଧ। ଏହା ୧୩୦୦ ଏମ୍‌ଏମ୍‌ରେ ସ୍ୱିପ୍ କରି ଅଧିକ ପବନ ସୃଷ୍ଟି କରିଥାଏ । ଏହା ଆଂଟି ଜର୍ମ ନାନୋଟେକ୍ନୋଲୋଜିରେ ନିର୍ମିତ ହୋଇଛି। ଫଳରେ ଏହା ସ୍ୱାସ୍ଥ୍ୟକର ପବନ ସୃଷ୍ଟି କରିବାକୁ ସକ୍ଷମ ହୋଇଥାଏ। ଏହା ୨୫୦ସିଏମ୍‌ଏମ୍ ପବନ ସୃଷ୍ଟି କରିବା ସହିତ ୩୦୦ ଆର୍‌ପିଏମ୍‌ରେ ଘୂରିଥାଏ। ଏହା ଧୂଳି, ଅଏଲ୍‌, ୱାଟର, ସ୍କ୍ରାଚ୍ ଏବଂ ଷ୍ଟେନ୍ ଆଦିକୁ ପ୍ରତିରୋଧ କରିଥାଏ। ଏଥିରେ ୧୦୦ ପ୍ରତିଶତ କପର ମୋଟର ରହିଛି। ବିଭିନ୍ନ ପାଣିପାଗରେ ଏହା ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ହୋଇଥାଏ । ଏହା ଉପରେ ୨ ବର୍ଷର ୱାରେଂଟି ରହିଛି । ଏହାର ମୂଲ୍ୟ ୪୪୯୫ ଟଙ୍କା ରହିଛି।

ଉଷାର ବ୍ଲୁମ୍ ପ୍ରାଇମ୍ ରୋଜ୍ ଫ୍ୟାନ୍ ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରରେ ନିର୍ମାଣ କରାଯାଇଛି । ଏହା ୧୨୫୦ ଏମ୍‌ଏମ୍‌ରେ ସ୍ୱିପ୍ କରି ଅଧିକ ପବନ ସୃଷ୍ଟି କରିଥାଏ। ଏହା ୩୦୦ ଆରପିଏମ୍‌ରେ ଘୂରିଥାଏ। ଏହା ଧୂଳି, ଅଏଲ୍‌, ୱାଟର, ସ୍କ୍ରାଚ୍ ଏବଂ ଷ୍ଟେନ୍ ଆଦିକୁ ପ୍ରତିରୋଧ କରିଥାଏ । ଏହା ଏହା ମିନିଟ୍‌ ପିଛା ୨୩୦ ଘନମିଟର ପବନ ସୃଷ୍ଟି କରିଥାଏ । ଏହାର କ୍ଷମତା ୭୮ ୱାଟ୍ ରହିଛି । ଏହା ଲୋ-ଭୋଲଟେଜ୍‌ରେ ମଧ୍ୟ କାର୍ଯ୍ୟ କରିଥାଏ । ଏହା ଦୀର୍ଘସ୍ଥାୟୀ ଭାବେ କାର୍ଯ୍ୟକ୍ଷମ ହୋଇଥାଏ । ବ୍ଲୁମ୍ ପ୍ରାଇମ୍ ରୋଜ୍ ଫ୍ୟାନ୍ ସ୍ପାର୍କଲ ଗୋଲଡେନ୍ ସହିତ ଚେରି୍‌, ସ୍ପାର୍କଲ ଗୋଲଡେନ୍ ସହିତ ବ୍ରାଉନ୍ ଗୋଲ୍ଡ୍ ଏବଂ ସ୍ପାର୍କଲ ହ୍ୱାଇଟ୍ ଆଦି ରଙ୍ଗରେ ଉପଲବ୍ଧ ହେଉଛି। ଏହା ଉପରେ ୨ ବର୍ଷର ୱାରେଂଟି ରହିଛି। ଏହାର ମୂଲ୍ୟ ୩୫୯୫ ଟଙ୍କା ରହିଛି।

ସମ୍ବନ୍ଧିତ ଖବର
between image and heading

Comments are closed.