ଉତ୍ସବ ପାଳନ ପାଇଁ ବଜାରକୁ ଆସିଲା ଅନିକ୍ ଘିଅର ନୂଆ ପ୍ୟାକ

ଭୁବନେଶ୍ଵର : ଅନିକ୍ ଘିଅ ଦୀର୍ଘ ୫୫ ବର୍ଷ ଧରି ଦୁଗ୍ଧଜାତ ଉତ୍ପାଦର ଏକ ବିଶ୍ଵସନୀୟ ବ୍ରାଣ୍ଡ ହୋଇ ରହି ଆସିଛି। ଉତ୍ପାଦଗୁଡ଼ିକ ଶୁଦ୍ଧତା, ମାନ, ପୋଷକ ଓ ସ୍ଵାଦରେ ସବୁଠାରୁ ଉତ୍ତମ। ଏବେ ଅନିକ୍ ଘିଅ ନୂଆ ଟ.୨୦ ସାସେ ପ୍ୟାକରେ ପ୍ରତି ପରିବାର ପାଇଁ ଉପଲବ୍ଧ ହେବ। ସେମାନେ ଏହି ଦେଶୀ ଘିଅରେ ମିଠା ଓ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ପ୍ରିୟଜନଙ୍କ ସହିତ ନବରାତ୍ରୀ ଓ ଦୀପାବଳି ଉତ୍ସବ ଉପଭୋଗ କରିପାରିବେ।

ଅନିକ୍ ଘିଅରେ ରହିଛି ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍ ‘ଏ’। ଯାହା ଶରୀରର ବିକାଶ, ବୋନ୍ ମେଟାବୋଲିଜିମ୍ ଓ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଅନିକ୍ ଘିଅକୁ ଶକ୍ତିସମୃଦ୍ଧ ପ୍ରାକୃତିକ କ୍ଷୀରର ଚର୍ବି ଓ ମଇଁଷି କ୍ଷୀରରୁ ପ୍ରସ୍ତୁତ କରାଯାଇଥାଏ। ଯାହା ସହଜରେ ଖାଦ୍ୟରେ ମିଶିଯାଇ ଖାଦ୍ୟକୁ ଏକ ଉତ୍କୃଷ୍ଟ ସୁଗନ୍ଧ ପ୍ରଦାନ କରେ। ଏଥିରେ ଭିଟାମିନ୍ ଏ, ଡି, ଇ ଓ କେ ରହିଛି। ଯାହା ତ୍ଵଚା ଓ ଆଖି ପାଇଁ ବହୁତ ଦରକାରୀ।

ଅନିକ୍ ମିଲ୍କ ପ୍ରଡକ୍ଟସ ପ୍ରାଇଭେଟ୍ ଲିମିଟେଡର ସିଇଓ ଶ୍ରୀନିବାସ ରାଜୁ କହିଛନ୍ତି ଭାରତରେ ପାର୍ବଣ ଋତୁରେ ଘିଅର ଚାହିଦା ବୃଦ୍ଧି ହୋଇଥାଏ। ନବରାତ୍ରୀ ଠାରୁ ଦୀପାବଳି ପର୍ଯ୍ୟନ୍ତ ରହିଥାଏ ଚାହିଦା। ସେ କହିଛନ୍ତି ଗ୍ରାହକଙ୍କ ସ୍ଵାସ୍ଥ୍ୟ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କ୍ଷୀର ଓ ଛେନାର ଗ୍ରହଣ କରିବା ସମୟରେ ଏହାର ଉତ୍କୃଷ୍ଟ ମାନ ବଜାୟ ରଖିବା ହେତୁ ଘିଅର ଉତ୍କୃଷ୍ଟ ଗୁଣମାନ ବଜାୟ ରହିଥାଏ। ଗୁଣମାନରେ କୌଣସି ସାଲିସ୍ ନକରିବା ହେତୁ ଅନିକ ଘିଅ ନିଶ୍ଚିତ ଗ୍ରାହକମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟକର ପସନ୍ଦ ଅଟେ। ସାରା ଭାରତରେ ଆମେ ୭୦୦ ରୁ ଅଧିକ ବିତରକଙ୍କ ସହିତ କାର୍ଯ୍ୟ କରୁଛୁ। ଏହାକୁ ଦିଲ୍ଲୀ ଏନସିଆର, ପଞ୍ଜାବ, ହିମାଚଳ ପ୍ରଦେଶ ତଥା ଜାମ୍ମୁ ଓ କାଶ୍ମୀରକୁ ସଂପ୍ରସାରିତ କରିବାର ଲକ୍ଷ୍ୟ ରଖିଛୁ। ଆମେ ମାତ୍ର ଟ. ୨୦ରେ ୩୦ ମିଲିର ଘିଅ ସାସେର ଆରମ୍ଭ କରିଛୁ। ଆଶା କରୁଛୁ ପାର୍ବଣ ଋତୁରେ ସମସ୍ତଙ୍କ ଘରେ ପହଞ୍ଚି ପାରିବୁ।

ମତାମତ ଦିଅନ୍ତୁ ।