ଭିଡିଓରେ ଦେଖନ୍ତୁ : ଭାରତୀୟ ସୀମା ନିକଟରେ ଚାଇନାର ବୋମା ମାଡ

ନୂଆଦିଲ୍ଲୀ : ଚାଇନାର ବୋମା ବର୍ଷଣ ଯୋଗୁ ଲଦାଖରେ ଥିବା ପାହାଡ଼ ଗୁଡ଼ିକ ଥରି ଉଠିଛି। ଚାଇନା ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ନିକଟରେ ରୁଟୋଗ କାଉଣ୍ଟି ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଥିଲା। ଏହି ଅଞ୍ଚଳଟି ଭାରତୀୟ ସୀମାର ଖୁବ ନିକଟରେ ରହିଛି। ଚାଇନା କରୁଥିବା ଯୁଦ୍ଧାଭ୍ୟାସର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ପିପୁଲ୍ସ ଲିବେରେସନ ଆର୍ମିର ଯବାନମାନେ କେମିତି ଟ୍ୟାଙ୍କ ଦ୍ୱାରା ନିଜର ଲକ୍ଷ୍ୟଭେଦ କରୁଛନ୍ତି, ତା’ର ଦୃଶ୍ୟ ରହିଛି। ଭିଡିଓ ଅନୁସାରେ, ଏକସଙ୍ଗରେ ଅନେକ ଟ୍ୟାଙ୍କରୁ ବୋମା ମାଡ଼ କରାଯାଉଛି। ଏହା ବିସ୍ଫୋରଣ ହେବା କ୍ଷଣି ଲଦାଖର ପାହାଡ଼ଗୁଡ଼ିକ ଥରି ଉଠୁଛି। ଯୁଦ୍ଧାଭ୍ୟାସ ହେଉଥିବା ଅଞ୍ଚଳଟି ପୂରା ବରଫରେ ଆବୃତ୍ତ ହୋଇ ରହିଛି। ଏହାର ଅର୍ଥ ଏବେ ହିଁ ଏସବୁ ଘଟଣା ଘଟିଛି। ଚାଇନା ସେନା କରାକୋରାମ ପାହାଡ଼ ଉପରେ ଅଧିକ ସଂଖ୍ୟାରେ ନିଜର ଘାତକ ଟ୍ୟାଙ୍କ Type 99A ମୁତୟନ କରିଛି। ଭୂପୃଷ୍ଠରୁ ପ୍ରାୟ ୫ ହଜାର ଫୁଟ ଉପରେ ଏଗୁଡ଼ିକୁ ରଖାଯାଇଛି।

ଏଥି ସହିତ ଚାଇନା ନୂଆ ଟାଇପ୍‌ ୧୫ ଟ୍ୟାଙ୍କର ଗ୍ରୁପ୍‌କୁ ମଧ୍ୟ ପ୍ରସ୍ତୁତ କରି ରଖିଛି। ଏହି ଟ୍ୟାଙ୍କ ଗୁଡ଼ିକ ଯୁଦ୍ଧ ମୈଦାନରେ ଟାଇପ ୯୯ଏ ସହ ମିଶି ଶତ୍ରୁପକ୍ଷର ମୁକାବିଲା କରିବେ। ଟାଇପ ୯୯ଏ ଅଧିକ ଘାତକ ହୋଇଥିବା ବେଳେ ଟାଇପ ୧୫ କ୍ଷିପ୍ର ବେଗରେ ଆକ୍ରମଣ କରିବାର କ୍ଷମତା ରଖିଛି।

Leave a Reply

Your email address will not be published. Required fields are marked *

Back to top button