ଆମେ ଆପଣଙ୍କ ସହ ଅଛୁ : ସୋନୁ ସୁଦ୍‌

ନୂଆଦିଲ୍ଲ : ଉତ୍ତରାଖଣ୍ଡର ଡୋଶିମଠରେ ହିମସ୍ଖଳନରେ ଅନେକ ରାଜ୍ୟରେ ହାଇଆଲର୍ଟ ଘୋଷଣା ହୋଇଛି । ଜୋଶିମଠର  ତପୋବନ ଅଞ୍ଚଳରେ ରବିବାର ଦିନ ହିମସ୍ଖଳନରେ ଋଷିଗଙ୍ଗା ପାୱର ପ୍ରୋଜେକ୍ଟର ବହୁତ କ୍ଷତି ହୋଇଛି । ଏଥିରେ ଅନେକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି ।

ଉତ୍ତରାଖଣ୍ଡରେ ହିମସ୍ଖଳନ ପରେ ଲଗାତାର ବଲିଉଡ୍‌ ସେଲେବ୍ରିଟିଙ୍କର ପ୍ରତିକ୍ରିୟା ଆସୁଛି । ଏବେ ଅଭିନେତା  ସୋନୁସୁଦ୍‌ ଏକ ଟ୍ୱିଟ୍‌ କରିଛନ୍ତି । ସୋନୁ ସୁଦ୍‌ ଟ୍ୱିଟ୍‌ କରି ଲେଖିଛନ୍ତି  – ଉତ୍ତରାଖଣ୍ଡ ଆମେ ତୁମ ସାଥିରେ ଅଛୁ।

ସୋନୁ ସୁଦ୍‌ଙ୍କର ଟ୍ୱିଟ୍‌ ରେ ଲୋକେ ଖୁବ୍‌ କମେଣ୍ଟ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ଦେଉଛନ୍ତି । କହି ରଖୁଛୁ କି , ସୋନୁ ସୁଦ୍‌ଙ୍କ ବ୍ୟତୀତ ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ଟ୍ୱିଟ୍‌  କରିଛନ୍ତି । ସେ ଲେଖିଛନ୍ତି , ଉତ୍ତରାଖଣ୍ଡରେ  ହିମସ୍ଖଳନ ଖବର ଶୁଣି ଚିନ୍ତିତ । ସେଠାରେ ସମସ୍ତଙ୍କର ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ଶ୍ରଦ୍ଧାଙ୍କର ଟ୍ୱିଟ୍‌ରେ ମଧ୍ୟ ଲୋକଙ୍କର ଅନେକ ପ୍ରତିକ୍ରିୟା  ଆସୁଛି ।

ଉଲ୍ଲେଖନୀୟ ଯେ, ଗ୍ଲାସିୟର ଫାଟିବା ଦ୍ୱାରା ଅଲକାନନ୍ଦା ନଦୀ ଓ ଧୌଲିଗଙ୍ଗା ନଦୀରେ ହିମସ୍ଖଳନ ଓ ବନ୍ୟା ଆସିବା ଦ୍ୱାରା ଆଖପାଖରେ ଥିବା ଲୋକଙ୍କୁ ହଟାଇ ଦିଆଯାଉଛି । ଅନେକ ଘର ଭାସିଯିବାର ଆଶଙ୍କା ମଧ୍ୟ କରାଯାଉଛି ।  ଡୋଶିମଠ ପାଖାପାଖି ଡ୍ୟାମ୍‌ ଭାଙ୍ଗିବାର ଖବର ଆସିଛି ।

Leave a Reply

Your email address will not be published. Required fields are marked *

Back to top button