ୟେସ ବ୍ୟାଙ୍କ ସହ-ପ୍ରତିଷ୍ଠାତା ରାଣା କପୁରଙ୍କ ୧,୪୦୦ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ସହ-ପ୍ରତିଷ୍ଠାତା ରାଣା କପୁର ଓ ତାଙ୍କ ପରିବାରର ଲଣ୍ଡନ, ନ୍ୟୁୟର୍କ ଏବଂ ମୁମ୍ବାଇରେ ଥିବା ୧୪୦୦ କୋଟିରୁ ଅଧିକ ସମ୍ପତ୍ତିକୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି। ଏହା ସହ ଯାଞ୍ଚ ଏଜେନ୍ସି ଦ୍ୱାରା ଡିଏଚଏଫଏଲ ପ୍ରମୋଟର କପିଲ ଓ ଧୀରଜ ୱାଧୱାନଙ୍କ ୧୪୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି।

ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ରାଣା କପୁର ଓ ତାଙ୍କ ପରିବାରର ଏକ ଆବାସିକ କୋଠା ଏବଂ ମୁମ୍ବାଇରେ ଥିବା ଅନେକ ଫ୍ଲାଟ ରହିଛି। ଏହା ସହ ଦିଲ୍ଲୀର ଅମୃତା ଶେର୍ଗିଲ ମାର୍ଗରେ ଥିବା ୬୮୫ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା ସହ ଜମା ଥିବା ୫୦କୋଟି ଟଙ୍କା ମଧ୍ୟ ଜବତ କରାଯାଇଛି। ସେହିଭଳି ଡିଏଚଏଫଏଲ ପ୍ରମୋଟର କପିଲ ଏବଂ ଧୀରଜ ୱାଧୱାନଙ୍କ ୧୪୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି। ଏଥିରେ ୧୨ଟି ଆପାର୍ଟମେଣ୍ଟ, ପୁଣେରେ ଜମି, ଲଣ୍ଡନ, ଅଷ୍ଟ୍ରେଲିଆ ଏବଂ ନ୍ୟୁୟର୍କର ସମ୍ପତ୍ତି ରହିଛି।

ମତାମତ ଦିଅନ୍ତୁ ।