ପାଣିପାଗ ବିଭାଗକୁ ଦେଇ ପାରିବେ ନିଜ ଅଞ୍ଚଳ ସୂଚନା

ଭୁବନେଶ୍ୱର- ନିଜେ ନିଜ ଅଞ୍ଚଳର ପାଣିପାଗର ସୂଚନା ଦେଇ ପାରିବେ। ଭାରତୀୟ ପାଣିପାଗ ବିଭାଗକୁ ଏହି ସୂଚନା ଦେଇ ପାରିବେ । ଆପଣଙ୍କ ଅଞ୍ଚଳରେ ବର୍ଷା, ଖରା , କଳାବୈଶାଖୀ, ବଜ୍ରପାତ, ଧୂଳିଝଡ, ତୁଷାରପାତ, କୁଆପଥର ମାଡ ଏପରି କିଛି ହେଉଥିଲେ ଭାରତୀୟ ପାଣିପାଗ ବିଭାଗକୁ ଏ ବିଷୟରେ ସୂଚନା ଦେଇ ପାରିବେ । ଭାରତୀୟ ପାଣିପାଗ ବିଭାଗର ଓ୍ୱେବସାଇଟ୍‌ରେ ଏ ବିଷୟରେ ତଥ୍ୟ ଦେଇ ପାରିବେ । ଏହାକୁ ଆଧାର କରି ଆଇଏମ୍‌ଡି ଆହୁରି ତଥ୍ୟଭିଭିକ ଓ ନିର୍ଦ୍ଦିଷ୍ଟ ପୂର୍ବାନୁମାନ ପାଣିପାଗ ବାବଦରେ ଦେଇ ପାରିବ ।

ଏହି ଉଦ୍ଦେଶ୍ୟ ନେଇ ଆଇଏମ୍‌ଡି ଆରମ୍ଭ କରିଛି “କ୍ରାଉଡ୍‌ ସୋର୍ସିଂ ଓ୍ୱେବ୍‌ ଇଣ୍ଟରଫେସ୍‌ ‘ | ଆଇଏମ୍‌ଡି ଓ୍ୱେ ବସାଇଟ୍‌ ଖୋଲିବା ପରେ ଲୋକେ ନିଜ ଅଞ୍ଚଳର ପାଣିପାଗ ବିଭାଗରେ ତଥ୍ୟ ଦେଇପାରିବେ । ତଥ୍ୟ
ସହ ଫଟୋ ବି ଅପଲୋଡ୍‌ କରିହେବ । ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମ୍‌ ଡି ମହାନିର୍ଦ୍ଦେଶକ ଦାୟିତ୍ବ ସମ୍ଭାଳିବା ପରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ବଢ଼ିଛି । ପାଣିପାଗ ବିଭାଗକୁ ଲୋକଙ୍କ ବେଶି ନିକଟତର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଏବେ ଲୋକଙ୍କୁ ପାଣିପାଗ ତଥ୍ୟ ସଂଗ୍ରହକାରୀ ଭାବେ ସାମିଲ କରାଯିବ । ଆଇଏମ୍‌ଡି ଓ୍ୱେବସାଇଟ୍‌ ଖୋଲିବା ପରେ ଏ ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ସୁବିଧା ରଖାଯାଇଛି ।

ଓଡ଼ିଶାର ଲୋକମାନେ imdorissa.gov.in ଓ୍ୱେବସାଇଟ୍‌ ମାଧ୍ୟମରେ ଏହି ସୂଚନା ଦେଇ ପାରିବେ । ଓ୍ବେବସାଇଟ୍‌ର ବାମ ପାର୍ଶ୍ଵରେ ଲେଖାଯାଇଥିବା publicobservation ଉପରେ କ୍ଲିକ୍‌ କରିବା ପାଇଁ ପଡିବ । ଏଥିରେ ନିଜ ରାଜ୍ୟ, ଜିଲା ଚୟନ କରି ଜଣାଇବାକୁ ହେବ । ତାପରେ ବର୍ଷା, ବଜ୍ରପାତ, କୁଆପଥର,ଧୂଳିଝଡ଼, କୁହୁଡ଼ି ମଧ୍ୟରୁ ଆପଣଙ୍କ ଅଞ୍ଚଳରେ ଯେଉଁଭଳି ପାଗ ଥିବ, ତାହା ନିକଟରେ ଟିହ୍ନଟ କରିବାକୁ ପଡ଼ିବ। ଯାହା କ୍ଷୟକ୍ଷତି ହୋଇଥିବ ସେ ବାବଦରେ ବି ଲୋକେ ଜଣାଇପାରିବେ। ଗଛ, ଘର, ଟେଲିଫୋନ ସେବା, ବିଜୁଳି ସେବା, ମୋବାଇଲ୍‌ ଟାଓ୍ୱାର, ପଶୁସମ୍ପଦ, ଧୋଇଯିବା, ମଣିଷ ଓ ପଶୁ ସମ୍ପଦର ଜୀବନହାନି ବାବଦରେ ଜଣାଇ ହେବ। ନିଜ ଅନୁ ଭୂତି ବାବଦରେ ସ୍ବଳ୍ପ ଶବ୍ଦରେ ଜଣାଇପାରିବେ। ଫଟୋ ମଧ୍ୟ ଦାଖଲ କରିପାରିବେ |

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ଵାସ କହିଛନ୍ତି, ଏହି ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ପାଣିପାଗ ବିଭାଗ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ି ହେବ। ପାଣିପାଗ ପୂ ର୍ବାନୁମାନ ଓ ସତର୍କ ସୂଚନା କେତେ ଦୂର ଠିକ୍‌ ଥିଲା, ତାହା ପରଖି ହେବ।| ଲୋକଙ୍କ ସୂଚନା ସହାୟତାରେ ସାରା ରାଜ୍ୟର ପାଣିପାଗ ବାବଦରେ ଟିକିନିଖି ତଥ୍ୟ ଉପଲବ୍ଧ ରହିବ ପାଣିପାଗ ବିଭାଗ ନିକଟରେ । ଏହାକୁ ଆଧାର କରି ଆହୁରି ନିର୍ଦ୍ଦିଷ୍ଟ ଓ ଠିକ୍‌ ପୂର୍ବାନୁମାନ କରିପାରିବ ଆଇଏମ୍‌ଡି ।

Leave a Reply

Your email address will not be published. Required fields are marked *

Back to top button