ୟୁନିଫର୍ମରେ ମଦ ପିଇ ପୋଲିସ ବାବୁ ନିଲମ୍ବିତ

ସମସ୍ତିପୁର : ୟୁନିଫର୍ମରେ ଥାଇ ମଦ ପୋଲିସ ବାବୁ ପିଉଛନ୍ତି ମଦ। ଏଭଳି ଘଟଣା ବିହାର ସମସ୍ତିପୁର ଅଞ୍ଚଳରେ ଦେହିବାକୁ ମିଳିଛି। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପୋଲିସ ବାବୁଙ୍କ ମଦ ପିଇବା ଫଟୋ ଭାଇରାଲ ହେବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏହାପରେ ଅଭିଯୁକ୍ତ ପୋଲିସ ବାବୁଙ୍କୁ ତାଙ୍କୁ ନିଲମ୍ବନ କରାଯାଇଛି । ସମସ୍ତିପୁର ଏସପି ବିକାଶ ବର୍ମନ କହିଛନ୍ତି ପୋଲିସ ବାବୁ ଖାକି ପୋଷାକରେ ଥାଇ ମଦ ପିଇବା ଘଟଣା ସାମ୍ନାକୁ ଆସିବା ପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିସହ ଏସଡିିପିଓଙ୍କୁ ମାମଲାର ତଦନ୍ତ ନିର୍ଦେଶ ଦିଆଯାଇଛି।

ମତାମତ ଦିଅନ୍ତୁ ।